ପୋଲିସକୁ ପିଟିଲେ ବିଜେପି ମହିଳାମୋର୍ଚ୍ଚାର କର୍ମୀ

ODISHA NEWS : ଓଡ଼ିଶାରେ ମହିଳାଙ୍କ ଉପରେ ଅଚ୍ୟାଚାର ବଢୁଥିବା ଅଭିଯୋଗ ଆଣି ବିଜେପି କାର୍ଯ୍ୟାଳୟରୁ ନବୀନ ନିବାସ ଅଭିମୁଖେ ନାଲି ଚୁଡ଼ି ଧରି ବାହାରିଥିଲେ ହଜାର ହଜାର ମହିଳାମୋର୍ଚ୍ଚାର କର୍ମୀ । ମାଷ୍ଟର କ୍ୟାଣ୍ଟିନ୍  ଛକରୁ ଲୋୟର ପିଏମ ମୁହାଁଇଲା ବେଳେ ପୁଲିସ୍ ସହ ହୋଇଥିଲା ସାମ୍ନାସାମ୍ନି । ଏମିତି କି କିଛି କର୍ମୀ ସଚିବାଳୟ ଗେଟରେ ଯାଇ ନାଲି ଚୁଡ଼ି ମଧ୍ୟ ବାନ୍ଧିଥିଲେ |ସରକାରୀ ଦଫ୍ତରର ସୁରକ୍ଷା ପାଇଁ ନିୟୋଜିତ ଥିବା ପୁଲିସ୍ ଏମାନଙ୍କ ବାଟ ଓଗାଳିବାରୁ ଆରମ୍ଭ ହୋଇଗଲା ମୁହାଁମୁହିଁ ପରିସ୍ଥିତି । ଆଉ ଏହି ଧସ୍ତାଧସ୍ତ ଭିତରେ ପୁଲିସ୍ କର୍ମଚାରୀଙ୍କୁ ବି ଛାଡି ନଥିଲେ ବିଜେପିର ମହିଳା କର୍ମୀ । ପୁଲିସ୍ ଉପରକୁ ଚୁଡ଼ି ମାଡ଼ କରିବା ସହ ପୁଲିସ୍ କନଷ୍ଟେବଲଙ୍କୁ ଚାପୁଡ଼ା ମାରୁଥିବାର ଚିତ୍ର ମଧ୍ୟ କ୍ୟାମେରାରେ କଏଦ ହୋଇଥିଲା । ସେହିପରି ଆଡିସିନାଲ ଡିସିପି ରାଜ କିଶୋର ପାଇକରାୟଙ୍କ କଲର ଧରି ଗାଳିଗୁଳଜ କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ଏପଟେ ଏହି ମୁହାଁମୁହିଁରେ ବିଜେପିର ୬ଜଣ ମହିଳା କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।

Leave a comment