ଧର୍ମେନ୍ଦ୍ରଙ୍କୁ ଅନୁଗୋଳ ବିଜେପି ର ବରୋଧ …..

ODISHA NEWS -0122  ବିଜେପିର ଅନୁଗୁଳ ଜିଲ୍ଲା ସଂଗଠନରେ ‘ନୂଆ-ପୁରୁଣା’ ବିବାଦକୁ ନେଇ କୁହୁଳିଥିବା ନିଆଁ ଆଜି ବିସ୍ଫୋରକ ରୂପ ନେଇଛି। କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଯୁବନେତା ପ୍ରତାପ ପ୍ରଧାନଙ୍କ ବିରୋଧରେ ଦଳର ପୁରୁଖା ନେତାମାନେ ବିଷ ଓଗାଳୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ହଟହଟା ହେବାକୁ ପଡ଼ିଛି ।  କାରଣ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପ୍ରତାପ ପ୍ରଧାନଙ୍କୁ ଅନୁଗୁଳ ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ କରିବାକୁ ସ୍ଥିର କରାଯାଇଛ ବୋଲି ଧର୍ମେନ୍ଦ୍ର ଉପସ୍ଥିତ କର୍ମୀଙ୍କୁ କହିଥିଲେ । ଧର୍ମେନ୍ଦ୍ରଙ୍କ ଏଭଳି ବୟାନ ଶୁଣି ସେଠାରେ ଉପସ୍ଥିତ ଦଳର ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଦିଲୀପ ପ୍ରଧାନ ଉତ୍ତେଜିତ ହୋଇ ପଡ଼ିଥିଲେ । ଆଉ ମୁହାଁ ମୁହିଁ ହୋଇଛନ୍ତି ଧର୍ମେନ୍ଦ୍ର ଏବଂ ଦିଲ୍ଲୀପ ।ଅନୁଗୁଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତାପଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମୁହଁରୁ ଭରା ସଭାରେ ଶୁଣିବା ପରେ କ୍ରୋଧ ସମ୍ବରଣ କରି ନପାରନଥିଲେ ଦିଲ୍ଲୀପ । ଏବଂ ଧର୍ମେନ୍ଦ୍ରଙ୍କୁ ଗମ୍ଭୀର ସ୍ୱରରେ କହିଥିଲେ ଯେ, ‘ଜିଲ୍ଲାର ଦଳୀୟ ନେତାଙ୍କ ସହ ଆଲୋଚନା ନକରି ମନେ ମନେ କେମିତି ଏପରି ନିଷ୍ପତ୍ତି ନେଲେ ? ଦଳରେ କ’ଣ ଆଉ କେହି ନାହାନ୍ତି କି ବୋଲି ପଚାରିଥିଲେ?’ ସେଠାରେ ଉପସ୍ଥିତ ଦଳର କେତେକ ସ୍ଥାନୀୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କାଳରେ ସେ କୁଆଡ଼େ ସର୍ବସମକ୍ଷରେ ଦିଲୀପଙ୍କ ଏଭଳି ଅପ୍ରତ୍ୟାଶିତ ପ୍ରଶ୍ନବାଣରେ ଧର୍ମେନ୍ଦ୍ର ପ୍ରଧାନ ଅପମାନିତ ବୋଧ କରି ରାଗରେ ଲାଲ୍ ପଡ଼ି ଯାଇଥିଲେ। ଏବଂ ପ୍ରତି ଉତ୍ତରରେ କହିଥିଲେ ‘ତୁମେ ଦଳରେ ଥାଇ ଅଧିକ ବିଶୃଙ୍ଖଳା କରୁଛ। ଯିଏ ମୋ ନିଷ୍ପତ୍ତିରେ ଏକମତ ହେବ ନାହିଁ, ସେ ଦଳରୁ ବାହାରିଯାଉ’ ବୋଲି ରୋକଠୋକ୍ ଶୁଣାଇଥିଲେ। ଏହି କଥାକୁ ନେଇ ଧର୍ମେନ୍ଦ୍ର ଓ ଦିଲୀପଙ୍କ ମଧ୍ୟରେ ବେଶ୍ କିଛି ସମୟଧରି ଯୁକ୍ତିତର୍କ ହୋଇଥିଲା। ଦିଲୀପ ଧର୍ମେନ୍ଦ୍ରଙ୍କୁ ପାଲଟା ପ୍ରଶ୍ନ କରି ‘ତମେ କିଏ ? ପାର୍ଟି କଣ ତମ ପୈତୃକ ସଂପତ୍ତି ? 

Leave a comment