ODISHA NEWS – MUMBAI –
ପୂର୍ବ ସାଂସଦ ନିଲେଶ ରାଣେ ଦିବଂଗତ ଶିବସେନାର ସୁପ୍ରିମୋ ବାଲ୍ ଠାକରେଙ୍କୁ ନେଇ କହିଥିବା ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଗୋଟେ ସମୟରେ ବାଲ୍ ଠାକରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ହତ୍ୟା କରିବାର ଯୋଜନା କରୁଥିବା କଥା ନିଲେଶ କହିବା ପରେ ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଯୋଜନା ନୁହେଁ, ବାଲ୍ ଠାକରେ ଅନେକ ଥର ତାଙ୍କୁ ହତ୍ୟା କରିବାର ଉଦ୍ୟମ କରିଥିଲେ ଏବଂ ଏ ବିଷୟରେ ସୋନୁ ନିଗମଙ୍କୁ ଜଣା ଥିଲା ବୋଲି କହିଛନ୍ତି ନିଲେଶ ।
