ଓଡ଼ିଶାରେ ଆଉଏକ ନୂଆ ଆଞ୍ଚଳିକ ଦଳ…..

ODISHA NEWS- BHUBNESWAR

୨୦୧୯ ନିର୍ବାଚନ ପୂର୍ବରୁ ଓଡିଶାରେ ଆର୍ବିଭାବ ହେବ ଆଉ ଏକ ନୂଆ ଆଞ୍ଚଳିକ ଦଳ । ଶୁଭଲଗ୍ନ ଦେଖି ଏହି ନୂଆ ଦଳର ହଠାତ୍ ହେବ ଆର୍ବିଭାବ । ଏଥିପାଇଁ ଆସନ୍ତାକାଲି କାଳେ ପୁନାଦି ଖୋଳାଯିବ । ପୂରାପୁରି ଗୁପ୍ତ ଢଙ୍ଗରେ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । କେବଳ ଜୟଦେବ ବିହାରର ଦାମୀ ହୋଟେଲରେ ଚୂଡାନ୍ତ ଆଲୋଚନା ପରେ ଏହି ଦଳର ଘୋଷଣା କରାଯିବ । ଏଭଳି ଏକ ଚର୍ଚ୍ଚା ଶୀତ ଦିନର ଚା’ ଖଟିକୁ ଗରମ କରିଛି ।
ଚର୍ଚ୍ଚା ଅନୁଯାୟୀ, ଏହି ନୂଆ ଦଳ ପାଇଁ ଆସନ୍ତାକାଲି ଜୟଦେବ ବିହାର ଅଞ୍ଚଳରେ ଥିବା ନାମୀ ହୋଟେଲରେ ଶେଷ ପର୍ଯ୍ୟାୟ ଆଲୋଚନା ହେବ । ଏହି ଗୁପ୍ତ ବୁଝାମଣା ରାଜ୍ୟର ୩ ହେଭିୱେଟ ନେତାଙ୍କ ମଧ୍ୟରେ ହେବ ବୋଲି ଶୁଣିବାକୁ ମିଳୁଛି । ବିଜେଡିରୁ ବିଦା ହେବା ପରେ ବର୍ଷେ ହେବ ରାଜନୈତିକ ଭବିଷ୍ୟତ ନେଇ ନିଷ୍ପତି ନେଇପାରୁନଥିବା ବୈଜୟନ୍ତ ଏବଂ ବିଜେପିକୁ ବାଏ ବାଏ କରିଥିବା ବିଜୟ ଓ ଦିଲ୍ଲୀପଙ୍କ ମଧ୍ୟରେ ଏହି ଗୁପ୍ତ ବୈଠକ ହେବ ବୋଲି ଶୁଣିବାକୁ ମିଳୁଛି । ଖାସକରି ୨୦୧୯ ନିର୍ବାଚନରେ ନବୀନଙ୍କୁ ଚେକମେଟ ଦେବାକୁ ଏହି ୩ ନେତା ହାତ ମିଳାଇପାରନ୍ତି ବୋଲି ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି ।

Leave a comment